ନିର୍ବାଚନ ପାଇଁ ସବୁଠି ଗାଡ଼ି ଚେକିଂ ଚାଲିଥିବା ବେଳେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଚେକିଂ ପାଇଁ ଅଟକାଇ ଥିଲା ଫ୍ଲାଇଂ ସ୍କ୍ୱାର୍ଡ । ଚେକିଂ ବେଳେ ରାଗିଯାଇ ମନ୍ତ୍ରୀ ହଠାତ୍ ଗାଡ଼ିରୁ ଓହ୍ଲାଇ ପଡ଼ି ପୁଲିସକୁ ଚଢ଼ା ଗଳାରେଚଢ଼ା ଗଳାରେ ଗାଡି ଚେକିଂ କର ବୋଲି ପୁଲିସକୁ କହିଥିଲେ। ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନଯାୟୀ,ନିର୍ବାଚନ ସମୟରେ ବେଆଇନ ଟଙ୍କା କାରବାର ରୋକିବାକୁ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ଚେକିଂ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଗଞ୍ଜାମ ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡିକୁ ଅଟକାଇବା ସହ ଚେକିଂ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ । କିଛି ସମୟ ଧରି ଚେକିଂ ଚାଲିଥିବା ବେଳେ ଶେଷରେ ମନ୍ତ୍ରୀଙ୍କ ଗାଡିକୁ ଛଡାଯାଇଥିଲା । ତେବେ ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୋଲିସ ଅଧିକାରୀଙ୍କୁ ନାଲିଆଖି ଦେଖାଇ ଧମକାଇଥିଲେ । ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଏନେଇ ପୁଲିସ କିମ୍ବା ମନ୍ତ୍ରୀଙ୍କୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗାଡ଼ି ଚେକିଂ ବେଳେ ମନ୍ତ୍ରୀଙ୍କର ଏପରି ଗର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *