ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଆଜି ମହାସ୍ନାନ । ମା’ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି। ପବିତ୍ର ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତଙ୍କ ପରିବାରର ମହିଳାମାନେ ୧୦୮ କଳସ ପାଣି ଆଣି ରୀତିନୀତି ଅନୁସାରେ ମା’ଙ୍କୁ ସୁଦ୍ଧ କରାଇଛନ୍ତି । ରୀତିନୀତି ଅନୁଯାୟୀ ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହୋଇଥିଲେ ସେବାୟତ ପରିବାରର ମା’ ଭଉଣୀମାନେ । ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ମା’ଙ୍କର ମହାସ୍ନାନ କରାଯାଇଛି । ଏହା ପରେ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା ହୋଇଥିଲା । ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପଣ୍ଡିତ ବ୍ରାହ୍ମଣମାନେ ଯୋଗଦେଇଛନ୍ତି। ସୂଚନଯୋଗ୍ୟ; ଗତ ୬ ତାରିଖରେ କିଛି ଦୁର୍ବୃତ୍ତ ମନ୍ଦିରରେ ପଶି ମା’ଙ୍କ ସୁନା ଓ ରୁପା ଅଳଙ୍କାର ଲୁଟି ନେବା ସହିତ ଦାନ ବାକ୍ସରେ ଥିବା ଲକ୍ଷାଧିକ ଟଙ୍କା ନେଇଯାଇଥିଲେ । ଯାହା ପରେ ମା’ଙ୍କୁ ମହାସ୍ନାନ କରିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ମନ୍ଦିରରେ ଏଭଳି ଅବାଧ ପ୍ରବେଶ ହେତୁ ମା’ଙ୍କ ମନ୍ଦିର ଅପବିତ୍ର ହୋଇପଡ଼ିଛି। ଏଣୁ ଏହାକୁ ଶୁଦ୍ଧ କରି ପବିତ୍ରତା ଫେରାଇ ଆଣିବା ନିମନ୍ତେ ଆଜି ପରମ୍ପରା ଅନୁଯାୟୀ ପୂଜାପାଠ ଆରମ୍ଭ ହୋଇଛି। Post navigation ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସଞ୍ଚାଳନ,ଓଡିଶା ଅପ୍ରଭାବିତ ପଶ୍ଚିମବଙ୍ଗରେ ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍; ହେଲପଲାଇନ୍ ନଂ ଜାରି