ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ସମାଧାନ। ପୂର୍ବ ସରକାର କୌଣସି ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲରେ ସଠିକ୍ ଭାବେ ନିଜ ପକ୍ଷ ରଖିଲେ ନାହିଁ ପୂର୍ବ ସରକାର । ଛତିଶଗଡ଼ ସହ ଆଲୋଚନା କଲେ ନାହିଁ ଏପରିକି ଟ୍ରିବ୍ୟୁନାଲକୁ ମଧ୍ଯ ସାହାର୍ଯ୍ୟ କଲେ ନାହିଁ। ସେପଟେ କେନ୍ଦ୍ର ଜନ କମିଶନଙ୍କ ନିକଟରେ ମଧ୍ଯ ସଠିକ୍ ତଥ୍ୟ ରଖିଲେ ନାହିଁ। ଯେଉଁଥିପାଇଁ ଏହି ମାମଲା ଏଟେ ଦିନ ହେବ ପଡ଼ିଛି। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶିଘ୍ର ଆମେ ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। Post navigation ସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ ରଥଯାତ୍ରା ପରିଚାଳନା ପାଇଁ ଆଜି ହୋଇଛି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ