ହୀରାଖଣ୍ଡ ଏକ୍ସପ୍ରେସ୍ରେ ଜଣେ ୯ ବର୍ଷ ର ନାବାଳିକାକୁ ଖରାପ୍ ଇଙ୍ଗିତ ଓ ଦୁର୍ବ୍ୟବହାର କରି ବିଧାୟକଙ୍କ ଡ୍ରାଇଭର ଗିରଫ । ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ବିକାଶ ବାଗ୍ଙ୍କୁ ଗିରଫ କଲା ଜିଆର୍ପି । ସୂଚନା ଯୋଗ୍ୟ; କୋରାପୁଟରୁ ଭୁବନେଶ୍ବର ଗ୍ରସ୍ତ ସମୟରେ ଲକ୍ଷ୍ମୀପୁରରୁ ବିଧାୟକଙ୍କ ଡ୍ରାଇଭର ଓ PSO AC B1 ବଗିରେ ଚଢିଥିଲେ। ସେ ସମୟରେ ସାନ ଝିଅଟି ଶୋଇଥିବା ସମୟରେ ଏ ବାବୁ ଜଣଙ୍କ ତାଙ୍କୁ ଖରାପ୍ ଇଙ୍ଗିତ କରିବା ସହ ଦେହକୁ ଛୁଇଁବାକୁ ପଛେଇ ନଥିଲେ ପରେ ଝିଅଟି ପାଟି କରିବାରୁ ସେ ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ବୋଲି କହି ଧମକ ଦେଉଥିଲେ । ଏହାପେର କିଛି ଯାତ୍ରୀ ଜିଆର୍ପି କୁ ଜଣେଇବା ପରେ ରାୟଗଡ଼ା ଜିଆର୍ପି ପୋଲିସ ତାକୁ ଗିରଫ କରିଛି। Post navigation Youth’s Suicide Outside Police Station: ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା