ରାଜଧାନୀରେ ଜମି କେଳେଙ୍କାରୀ ଘଟଣା କିଛି ନୂଆ ନୁହେଁ । ହେଲେ ପାତ୍ରପଡା ମୌଜାରେ ୨୫୦ କୋଟି ଟଙ୍କାର ସରକାରୀ ଜମିକୁ ୨୭ ଥର କିଣାବିକା ହେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଖାଲି ସେତିକି ନୁହେଁ, ଏହି ଜମି କେଳେକାରୀ ଘଟଣାରେ ସାମିଲ ଅଛନ୍ତି ୪ ଜଣ ଆଇପିଏସ ଅଫିସର । ଏହି ଜମି କେଳେଙ୍କାରୀ ଘଟଣାରେ ସାମିଲ ଅଛରି ଜଣେ ପ୍ରଭାବଶାଳୀ ଜମି ମାଫିଆ ନୃସିଂହ ପ୍ରସାଦ ସୁନ୍ଦରାୟ ଓରଫ ବାବିନା ସୁନ୍ଦରାୟ ସାମ୍ବାଦିକ ସମ୍ମିଳନୀ କରି ବିସ୍ଫୋରକ ତଥ୍ୟ ଦେଇଛି ଓଡିଶା ସୂଚନା ଅଧିକାର ଅଭିଯାନ । ପାତ୍ରପଡା ଜାତୀୟ ରାଜପଥ କଡରେ ସରକାରୀ ପ୍ଲଟ ନମ୍ବର ୩୨୧ ରୁ ୭.୫ ଏକର ସରକାରୀ ଜମିକୁ ୪ଜଣ ଆଇପିଏସ ଅଫିସରଙ୍କୁ ୨୭ ଥର କିଣା ବିକା କରିଥିବା ଓଡିଶା ସୂଚନା ଅଧିକାର ଅଭିଯାନ ଏହି ତଥ୍ୟରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପଟେ ଆଇଗଣିଆର ପୂର୍ବତନ ବିଜେଡି କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ ଏବଂ ସେହି ୱାର୍ଡର ବର୍ତ୍ତମାନର ବିଜେଡି କର୍ପୋରେଟର ସଂଯୁକ୍ତା ସୁନ୍ଦରାୟଙ୍କ ଦେଢ଼ଶୁର ଏହି ଜମି କେଳେଙ୍କାରୀ କରିଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ ଯେ, କି ନିଜ ପୁଅ ସୁଦୀପ ମାରିକ ନାମରେ ୨୦୦୯ ମସିହାରେ , ଆଇପିଏସ ଅଫିସର ଆର.ପି କୋତେ ୨୦୧୦ ମସିହାରେ, ଆଇପିଏସ ଶ୍ୟାମ ସୁନ୍ଦର ହାଁସଦା ତାଙ୍କ ପତ୍ନୀ ଓ ପୁଅ ନାମରେ ୨୦୧୧ ମସିହାରେ ଆଇପିଏସ ଏମ ନାଗେଶ୍ବର ରାଓ ଏବଂ ତାଙ୍କ ପତ୍ନୀ ୨୦୧୧ ମସିହାରେ ଉକ୍ତ ସରକାରୀ ଜମିକୁ ପ୍ଳଟ କିଣିଥିଲେ। ନୃସିଂହ ସୁନ୍ଦରାୟ ଏବଂ ତାଙ୍କ ନିଜ ସଂପର୍କୀୟ ମିନାଷୀ ଜେନା, ଅଶୋକ ସୁନ୍ଦରାୟ ଏବଂ ଶୈଳବାଳା ଜେନା ମୋଟ ୪ ଜଣ ମିଶି ନିଜକୁ ଭୂମିହୀନ ବର୍ଶାଇ ପାତ୍ରପଡା ମୌଜାରେ ୧୯୭୮ରୁ ୧୯୮୦ ମସିହା ମଧ୍ୟରେ ପ୍ରତ୍ୟେକ ୧.୫ ଏକର ଲେଖାଏଁ ମୋଟ ୬ ଏକର ସରକାରୀ ଜମିକୁ ଚାଷ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଜାଲିଆତି କରି ଲିଜ ନେଇଥିଲେ । ଭୁବନେଶ୍ବର ତହସିଲ ପାତ୍ରପଡା ମୌଳାରେ ୧୯୭୩ ମସିହାଠାରୁ ୧୯୮୫ ମସିହା ପର୍ଯ୍ୟନ୍ତ କଣ୍ଡୁଲେସନ ଅପରେସନ ବଳବତ୍ତର ରହିଥିଲା । ଏଭଳି ସାଂଘାତିକ ଠକେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ଉକ୍ତ ସରକାରୀ ଜମିକୁ ଜାଲିଆତି କରିଥିବା ଆଇପିଏସ ଅଫିସର, ନୃସିଂହ ସୁନ୍ଦରାୟ ଏବଂ ତାଙ୍କ ସମ୍ପର୍କୀୟ, ବିଜଦ କର୍ପୋରେଟର, ତତ୍କାଳୀନ ଖଣ୍ଡଗିରି ସହରେଜିଷ୍ଟ୍ରାର, ତହସିଲଦାର, ଯିଏ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଘଟଣାର ତଦନ୍ତ କରାଯିବା ଆଦଶ୍ୟକ ବୋଲି କହିଛି ଓଡିଶା ସୂଚନା ଅଧିକାର ଅଭିଯାନ। Post navigation ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ