ପ୍ରାୟ ଅଢ଼େଇ ଦଶନ୍ଧି ପରେ ରାଜ୍ୟବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ। ନୂତନ ସରକାର ଗଠନ ହେବ। ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢ଼ିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରା ଓ ମନ୍ତ୍ରୀମଣ୍ଡଳ ରୂପରେଖ ଉପରୁ ଏପର୍ଯ୍ୟନ୍ତ ପରଦା ହଟୁନି।

ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର କରିବାକୁ ଯାଉଥିବାରୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ବିଶେଷକରି ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ନେବା କେବେ ବି ସହଜ ହେବନି। ହେଲେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ସମୟ ଲାଗିଲେ ବି ବିଜେପି ତା’ର ସତ୍ତା ବଜାୟ ରଖିବ।

ବିଜେପି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତିକୁ କେତେଦୂର କାର୍ଯ୍ୟକାରୀ କରୁଛି ଦେଖିବାକୁ ବାକି ରହିଲା। ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ଚାଷୀମାନଙ୍କୁ ୩,୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦,୦୦୦ ଟଙ୍କା ଓ ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବାକୁ ବିଜେପି ପ୍ରତିଶୃତି ଦେଇଛି। ହେଲେ ଏସବୁକୁ ଗ୍ରହଣ କରିବାକୁ ଲୋକଙ୍କୁ ସମୟ ଲାଗିବ। ହେଲେ ବିଜେପି ଓଡ଼ିଆଙ୍କ ହୃଦୟ ଜିତିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *