ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏକ ଜରୁରୀ ସମୀକ୍ଷା କରି କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୭, ୨୮ ଏବଂ ୨୯ ତାରିଖ ଏହି ତିନି ଦିନ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ବାତ୍ୟା ଯୋଗୁଁ ସମ୍ଭବପର କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଚାଲିଥିବା ଗଜଲକ୍ଷ୍ମୀ ପୂଜା କମିଟିଗୁଡ଼ିକୁ ତୁରନ୍ତ ତୋରଣ ଖୋଲିଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଆସନ୍ତା ସପ୍ତାହ ପାଇଁ ବାତିଲ କରାଯାଇଛି। ଏହା ସହିତ, ଜିଲ୍ଲାରେ ଥିବା ୧୩୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି। ବିଶେଷକରି, ୧୧୩ଟି ପଞ୍ଚାୟତର ୩୭୩ଟି ସଂବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଥିବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। Post navigation President Murmu’s Odisha Visit Postponed: ସମ୍ଭାବ୍ୟ ବାତ୍ୟା ଆଶଙ୍କା: ଘୁଞ୍ଚିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ Cyclone Preparedness Intensifies in Odisha: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ସରକାର; ୨୮ ଓ ୨୯ରେ ସ୍କୁଲ ଛୁଟି ଘୋଷଣା