ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିଥିବା ବେଳେ ଝାଡ଼ଖଣ୍ଡର ଦଳ ପଛରେ ପଡ଼ିଯାଇଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯାଇଥିବା ବେଳେ ପୁଣି ଥରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି । ସେଥିମଧ୍ୟରୁ ଓଡ଼ିଆ ଝିଅ ଓ ଝାଡ଼ଖଣ୍ଡ ବୋହୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ମୁର୍ମୁ ସୋରେନ ଗୋଣ୍ଡେୟ ବିଧାନସଭା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି । ଏହି ଆସନ ଜିତିବା ପାଇଁ କଳ୍ପନାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଆରମ୍ଭରୁ କଳ୍ପନା ଏହି ଆସନରେ ହଜାର ଭୋଟରେ ପଛରେ ପଡ଼ିଥିଲେ, କିନ୍ତୁ ଶେଷରେ ସେ ବିଜୟୀ ହୋଇଛନ୍ତି।

ସୁଚନା ଯୋଗ୍ୟ; ମୁଖ୍ୟମନ୍ତ୍ରୀ ଥିବା ବେଳେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ହେମନ୍ତ ସୋରେନ୍‌। ଯାହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଥିଲା। ମାତ୍ର ହେମନ୍ତଙ୍କ ଅନୁପସ୍ଥିତିରେ ଦଳର କମାଣ ସମ୍ଭାଳିଥିଲେ ତାଙ୍କ ଉଚ୍ଚ ଶିକ୍ଷିତା ଧର୍ମପତ୍ନୀ କଳ୍ପନା ସୋରେନ । ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦଳୀୟ ନେତାଙ୍କୁ ଏକତ୍ରିତ କରି ରଖିଥିଲେ କଳ୍ପନା।

Leave a Reply

Your email address will not be published. Required fields are marked *