କାରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡର ବରପାଲି ବ୍ଲକର ଜେଇ ଚନ୍ଦ୍ର ଶେଖର ଝାଡିଆ। ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ତେବେ କାରରେ ଜେଇ ଚଦ୍ରଶେଖର ଝାଡ଼ିଆଙ୍କ ମୃତ୍ୟୁ କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ବରଗଡ଼ ଟାଉନ ପୋଲିସ ମୃତଦେହ ଉଦ୍ଧାର କରିବା ସହ କାର ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ବରଗଡର ହଳଦିପାଲି ଜାତୀୟ ରାଜପଥରେ କାର୍ ଟି ଦୀର୍ଘ ସମୟ ଧରି ଠିଆ ହୋଇଥିଲା । ଫଳରେ ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା ସେଠାକୁ ଯାଇ ଦେଖିଲା ବେଳେ କାର୍ ଭିତରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ଘଟଣାର ତଦନ୍ତ କରୁଛି । Post navigation ଅସହ୍ୟ ଗ୍ରୀଷ୍ମ ପ୍ରବାହ; ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା ଆତଙ୍କୀ ଲଢ଼େଇ ଥିଲା ଟ୍ରେଲର, ଏବେ ଫିଲ୍ମ ବାକି ଅଛି: ରାଜନାଥ ସିଂହ