Shri Jual Oram taking charge as the Union Minister for Tribal Affairs, in New Delhi on May 27, 2014.

ଆଜି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଜୁଏଲ ଓରାମ ନିଜ ଦାୟିିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ଶ୍ରୀଗଣେଶଙ୍କୁ ଧୂପ, ଦୀପ ଲଗାଇ ପୂଜାର୍ଚ୍ଚନା ପରେ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୁଏଲ ଓରାମ।

ଆଦିବାସୀଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ମୁଁ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନେଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏହି ଦାୟିତ୍ୱ ନେଉଛି। ପୁଣି ପ୍ରଧାନମନ୍ତ୍ରୀ ତାଙ୍କୁ କାମ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ବହୁ ବର୍ଷ ପରେ ପୁଣି ଥରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଜୁଏଲ ଓରାମଙ୍କୁ ମଧ୍ୟ ସେହି ପୁରୁଣା ବିଭାଗ ମିଳିଛି। ପୂର୍ବରୁ ଜୁଏଲ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଦାୟିତ୍ବରେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *