ନୂଆଦିଲ୍ଲୀ: ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯାଇଛି। ନଡ୍ଡାଙ୍କ କାର୍ଯ୍ୟକାଳକୁ ପୂର୍ବରୁ ବିସ୍ତାର ଦିଆ ଯାଇସାରିଛି, ସେହି ପ୍ରସ୍ତାବକୁ ରବିବାର ମଞ୍ଜୁରୀ ମିଳିଛି। ସୂଚନା ମୁତାବକ ନଡ୍ଡାଙ୍କ କାର୍ଯ୍ୟକାଳକୁ ଜୁନ ୨୦୨୪ ପର୍ଯ୍ୟନ୍ତ ବଢା ଯାଇଛି। ଜୁନ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ଗତବର୍ଷ ନିଷ୍ପତ୍ତି ନେଇଥିଲା। ସେହି ନିଷ୍ପତ୍ତିକୁ ରବିବାର ବିଜେପି ଜାତୀୟ ପରିଷଦରେ ଅନୁମୋଦନ ମିଳିଛି।

 

ଏହା ସହିତ ଜେ.ପି.ନଡ୍ଡାଙ୍କୁ ବଡ଼ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଅଧିକୃତ କରାଯାଇଛି। ଯେଉଁଥି ପାଇଁ ସଂସଦୀୟ ବୋର୍ଡ ପରେ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଭାରତ ମଣ୍ଡପମରେ ଅନୁଷ୍ଠିତ ବିଜେପି ଜାତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ଆରମ୍ଭରେ ଜୈନ ମୁନି ବିଦ୍ୟାସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କହିଥିଲେ ତାଙ୍କର ମହାପ୍ରାୟାଣ ମୋ ଲାଗି ବ୍ୟକ୍ତିଗତ କ୍ଷତି ଭଳି। ମୁଁ ତାଙ୍କୁ ଗତ କିଛି ବର୍ଷ ହେଲା ଅନେକବାର ଭେଟିଛି। କିଛି ମାସ ତଳେ ମଧ୍ୟ ଗସ୍ତ କାର୍ଯ୍ୟକ୍ରମକୁ ବଦଳାଇ ତାଙ୍କୁ ଭେଟିଥିଲି, ହେଲେ ଜାଣି ନଥିଲି ସେ ଏତେ ଶୀଘ୍ର ପ୍ରସ୍ଥାନ କରିଯିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *