ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଶାଳ ରୋଡ଼ ସୋ କରିଛନ୍ତି। ପୁରୁଣା ଭୁବନେଶ୍ବର ମାଉସୀ ମା ଛକରୁ ବଢେଇବାଙ୍କ ଛକ ଯାଏଁ ରୋଡ଼ ସୋ କରି ପାୱାର କରିବା ସହ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବର୍ଷିଲେ ନଡ୍ଡା । ସେ କହିଛନ୍ତି ଆଉ କିଛି ଦିନର କଥା, ପରେ ସବୁ ହିସାବକିତାବ ନିଆଯିବ।ବିଜେଡି ହାତରୁ ଗାଡ଼ି ପଳାଇଛି, ବିଜେଡି ବସ୍‌ ମିସ୍‌ କରିଛି । ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ସକ୍ରିୟ, ସୁସ୍ଥ, ଅସ୍ମିତା ଓ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଲୋକେ । ନିର୍ବାଚନରେ ହିଂସା ହେବାକଥା ନୁହେଁ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ ହେଉ । ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସେହିଭଳି ଗତକାଲି ମହିଳାମୋର୍ଚ୍ଚା ସହ ବୈଠକରେ ବିଜେଡି ଉପରେ ବର୍ଷିଥିଲେ ନଡ୍ଡା। ସେ କହିଥିଲେ ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା ।

By Nirvay

Leave a Reply

Your email address will not be published. Required fields are marked *