ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟରେ ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସଂଗଠନର ରାଜ୍ୟ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ଆବାହକ ବିଜୟ ମଲ୍କଙ୍କ ସଭାପତିତ୍ବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମାର ଆବଶ୍ୟକତା ବିଷୟରେ କର୍ମଚାରୀମାନେ ଆଲୋକପାତ କରିବାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସେମାନଙ୍କୁ ସାମିଲ କରିବାପାଇଁ ଦାବି କରିଥିଲେ।
ପ୍ରକାଶଥାଉକି ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓଡ଼ିଶାର ଜନସାଧାରଣଙ୍କ ପାଇଁ ଲଗୁହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଏବଂ ଅବସପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲଗୁହୋଇନାହିଁ। ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ବୀମା ଲାଗୁ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ବୀମା ଲାଗୁ କରିବା ପାଇଁ କର୍ମଚାରୀମାନେ ମତ ପୋଷଣ କରିଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ପତ୍ର, ଅଶ୍ଵିନୀ ଦାସ, କ୍ଷୀତିଶ ପଣ୍ଡା, ପ୍ରଦୀପ ପ୍ରଧାନ,ବିବେକାନନ୍ଦ ସାହୁ,ବିଜୟ ସାହୁ, ସୌମ୍ୟ ରଞ୍ଜନ ସାମଲ,ଅର୍ଜୁନ ମହାରଣା,ସନ୍ତୋଷ ପତ୍ର,ଇଫତର୍ ଅହମ୍ମଦ,ସୁନିଲ ସାହୁ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *