ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି।କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ଅନେକ ମନ୍ତ୍ରୀମାନଙ୍କୁ ଫୋନ୍‌ ଆସିବା ଆରମ୍ଭ ହୋଇଛି।

ସୂୂଚନାଯୋଗ୍ୟ ଯେ, ଆଜି ମୋଦୀଙ୍କ ସହ ୫୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ଯାହାଙ୍କୁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ। ତେବେ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ ଆସିଥିବା ସୂଚନା ମିଳିଛି। ଫୋନ କଲ ପରେ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ସରକାରୀ ବାସଭବନକୁ ବାହାରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନଙ୍କୁ ମୋଦି ଭେଟିବେ। ଅନ୍ୟପଟେ,ସୁରେଶ ପୂଜାରୀ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଥିବା କୁହାଯାଉଛି। ଏପରିକି ତାଙ୍କୁ ବଡ଼ ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ତିନି ଜଣଙ୍କ ନାଁ ଆସିଥିବା ବେଳେ ଆଗକୁ ଆହୁରି ନେତାମାନେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇ ପାରନ୍ତି ।

ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ପିଏମ୍‌ଓରୁ ଫୋନ୍ କଲ୍ ପାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ରୁ ବିଜେପି ଟିକେଟରେ ପୁଣି ନିର୍ବାଚିତ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ। ଗତ ସରକାରରେ ଅଶ୍ୱିନୀ ବୈଷ୍ଣବ ରେଳ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ। ସେହିପରି ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ। ଗତ ସରକାରରେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିଲେ।

ମୋଦି ସରକାରଙ୍କ ଉଭୟ ପାଳିରେ ମନ୍ତ୍ରୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ରେଳମନ୍ତ୍ରୀ ରହିଥିଲେ ଅଶ୍ୱିନୀ ବୈଷ୍ଣବ ।ଅଶ୍ୱିନୀ ପୁଣିଥରେ ରେଳମନ୍ତ୍ରୀ ହେବେ ଅବା ଅନ୍ୟ ପଦବୀ ପାଇବେ ସେନେଇ ଚର୍ଚ୍ଚା ଜାରି ରହିଛି। ତେଣୁ ଏହି ତିନି ନେତାଙ୍କ ଉପରେ ପୁଣିଥରେ ଆସ୍ଥାପ୍ରକଟ କରିଛନ୍ତି ପିଏମ୍ ମୋଦୀ ।

By SonaliP

Leave a Reply

Your email address will not be published. Required fields are marked *