ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବିଧାନସଭା ସମ୍ମୁଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରିଥିବା କଥା ଏବେ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ପ୍ରତିକ୍ରିୟାରେ ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସେ କହିଛନ୍ତି ଯେଉଁ ଦିନ ବିଜେପି ହ୍ବୁସିଲ୍ ମାରିବ ସେହିଦିନ ବିଜେଡି ଖଣ୍ଡ ଖଣ୍ଡ ହେଇଯିବ। ନବୀନ ଏକଥାକୁ ଜାଣିଛନ୍ତି ତେଣୁ ବିଚଳିତ ହେଇ ଏପରି କହୁଛନ୍ତି ବୋଲି । ସେ ଆଉ ମଧ୍ୟ କହିଛନ୍ତି ବିଜେଡ଼ି ଛାଡି କାଳେ ସବୁ ନେତା ବିଜେପିକୁ ପଳାଇବେ ସେ କଥା ଜାଣିପାରି ନବୀନ ଭୟଭୀତ ହୋଇଗଲେଣି । ଯେଉଁ ଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ମୁଁ ଆଗୁରୁ କହିଥିଲି ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ଏତେ ବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ ଓ ଆମୋଦ ପ୍ରମୋଦରେ ଲାଗିଥିଲେ, ତାର ଫଳ ଏବେ ନବୀନ ଦେଖୁଛନ୍ତି। Post navigation ନବୀନଙ୍କ ତାଗିଦ ପରେ ସନାଙ୍କ ପ୍ରତିକ୍ରିୟା; ବିଜେଡି ସହ ଅଛି, ରହିଛି ଏବଂ ରହିବି କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ