ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ମମତା ମହନ୍ତଙ୍କ ପରେ ରାଜ୍ୟସଭା ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ।

ଅନ୍ୟପଟେ ପ୍ରଥମ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମମତା । ଗତକାଲି ବିଜେପି ପକ୍ଷରୁ ମମତାଙ୍କ ନାଁ ଘୋଷଣା କରିଥିଲା ବିଜେପି ।

ସୂଚନା ମୁତାବକ; ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାନସଭା ନିର୍ବାଚନ ଲଢିଥିଲେ ଜଗନ୍ନାଥ ପ୍ରଧାନ । ହେଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ଖୁବ୍ କମ୍ ଭୋଟରେ ସେ ନିର୍ବାଚନ ହାରି ଯାଇଥିବା ପରେ ଏବେ ରାଜ୍ୟସଭା ସିଟ୍ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ।

Leave a Reply

Your email address will not be published. Required fields are marked *