ଇସ୍ରୋ ଭାରତର ‘ସ୍ପାଡେକ୍ସ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆଜି ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଜି ରାତି ୯ଟା ୫୮ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୦ ରକେଟରୁ ଦୁଇଟି କ୍ଷୁଦ୍ର ମହାକାଶଯାନକୁ ଏକାସାଙ୍ଗରେ ଉତକ୍ଷେପଣ କରାଯିବ। ଏନେଇ ଇସ୍ରୋ ପକ୍ଷରୁ କରାଯାଇଛି ଘୋଷଣା। ଯଦି ଏହି ମିଶନ ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଆମେରିକା, ରୁଷିଆ ଏବଂ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମହାକାଶ ଜ୍ଞାନକୌଶଳ ପ୍ରୟୋଗ କରିବାର କ୍ଷମତା ରଖିବ।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହି ମିଶନ ଭାରତକୁ ମହାକାଶ ଡକିଂରେ ପାରଦର୍ଶିତା ହାସଲ କରିବାରେ ସକ୍ଷମ ଦେଶ ତାଲିକାରେ ରଖିବ। ଚନ୍ଦ୍ରରୁ ନମୁନା ଫେରାଇ ଆଣିବା, ଭାରତୀୟ ମହାକାଶ କେନ୍ଦ୍ର ନିର୍ମାଣ ଭଳି ଭାରତର ମହତ୍ୱାକାଂକ୍ଷୀ ଅଭିଯାନ ପାଇଁ ଏହି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ଦୁଇଟି କ୍ଷୁଦ୍ର ମହାକାଶଯାନ ‘ଚେଜର୍ ଆଣ୍ଡ୍ ଟାର୍ଗେଟ୍’କୁ ୪୭୬ କିଲୋମିଟର ଗୋଲାକାର କକ୍ଷପଥରେ ସ୍ଥାପନ କରିବ। ଜାନୁଆରି ପ୍ରଥମ ସପ୍ତାହରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) କରାଯିବ।

ସ୍ପାଡେକ୍ସ ମିଶନର ମୂଳ ଲକ୍ଷ୍ଯ ହେଉଛି ଲୋ ଆର୍ଥ ସର୍କୁଲାର ଅରବିଟରେ ଦୁଇଟି କ୍ଷୁଦ୍ର ଏୟାରକ୍ରାଫ୍ଟ SDX01 ଓ SDX02ର ଡକିଂ ଓ ଅନଡକିଂ। ଡକିଂ ଓ ଅନଷ୍ଟୋକିଂ ପରୀକ୍ଷଣ ପରେ ଏହି ଦୁଇ ମହାକାଶଯାନ ଦୁଇ ବର୍ଷ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା ଜାରି ରଖିବ। SDX 01 କିମ୍ବା ଚେଜରରେ ଏକ ଉଚ୍ଚ ରିଜୋଲ୍ୟୁସନ୍ କ୍ୟାମେରା ଥିବା ବେଳେ SDX 02 କିମ୍ବା ଟାର୍ଗେଟ୍ ରେ ଦୁଇଟି ପେଲୋଡ୍ ଅଛି। ଏହି ଦୁଇଟି ଯାକ ଏୟାରକ୍ରାଫ୍ଟର ଓଜନ ୨୨୦ କେଜି ଲେଖାଏ ଏବଂ ସମୟସୀମା ରହିବ ୬୬ ଦିନ। ଏହି ପେଲୋଡ୍ ହାଇ ରିଜୋଲ୍ୟୁସନ୍ ଫଟୋ, ପ୍ରାକୃତିକ ସମ୍ବଳ ମନିଟରିଂରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *