ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ କରିଛି । ଏହି ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

ଦୀର୍ଘଦିନ ପରେ ଆଜି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବାଡ଼ଗ୍ରାହୀ, ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପିଙ୍କୁ ପଚରାଉଚରା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, କିଛି ସେବାୟତଙ୍କୁ ଜେରା ହୋଇଛି । ଭିଡିଓ ଦେଖାଇବା ସହ ୩ ଜଣିଆ କମିଟି ପଚରାଉଚରା କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *