ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ ।
ଆଗାମୀ ମାସରେ ISS ର ମହାକାଶ ଯାତ୍ରାରେ ସେ ସାମିଲ ହେବେ । ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।
ଶୁଭ୍ରାଂଶୁ ଭାରତର ଗଗନଯାନ ହ୍ୟୁମ୍ୟାନ ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ ପାଇଁ ନୋମିନେଟ ହୋଇଥିବା ମହାକାଶ ଯାତ୍ରୀ ଅଟନ୍ତି ।