centre-extends-closure-of-24-airports-till-may-14
ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଦେଶର ୨୪ଟି ବିମାନବନ୍ଦରକୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
 
ଆସନ୍ତା ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ବନ୍ଦ ରହିବାକୁ ଥିବା ବିମାନ ବନ୍ଦର ଗୁଡିକ ହେଲା, ପଞ୍ଜାବର ଅମୃତସର, ଲୁଧିଆନା, ପଟିଆଲା, ଭଟିଣ୍ଡା, ହାଲୱାଡା, ପଠାନକୋଟ, ହିମାଚଳ ପ୍ରଦେଶର ଭୁନ୍ତର, ସିମଲା, କାଙ୍ଗଡ଼ା-ଗଗଲ୍ ବିମାନବନ୍ଦର, କେନ୍ଦ୍ରଶାସିତ ଅଞ୍ଚଳର ଚଣ୍ଡିଗଡ଼, ଶ୍ରୀନଗର, ଜମ୍ମୁ, ଲେହ, ଲଦାଖ, କିଶନଗଡ, ଜୈସଲମେର, ଯୋଧପୁର, ରାଜସ୍ଥାନ, ମୁନ୍ଦ୍ରା ବିକାନେର, ଜାମନଗର, ହିରାସର, ପୋରବନ୍ଦର, କେଶାଦେ ଓ ଗୁଜୁରାଟର ବିମାନ ବନ୍ଦର ।
 
ଗୁରୁବାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଥିଲା ​​ଯେ ୨୪ଟି ବିମାନବନ୍ଦର ସାଧାରଣ ଲୋକଙ୍କ ପାଇଁ ୧୦ ମେ ପର୍ଯ୍ୟନ୍ତ ବନ୍ଦ ରହିବ । ଏବେ ଏହାର ତାରିଖରେ ବୃଦ୍ଧି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *