ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି । ଏହି ଟେଷ୍ଟ ମ୍ୟାଚରେ ନିଜର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ୧୦ମ ସ୍ଥାନରେ ଆସିଥିବା ମାର୍କ ଉଡ୍ ସର୍ବାଧିକ ୩୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ବୋଲରଙ୍କ କମାଲ ପରେ ଯଶସ୍ବୀ ଜୟସ୍ବାଲଙ୍କ ଶତକ ସହିତ ଭାରତ ଚଳିତ ରାଜକୋଟ ଟେଷ୍ଟ୍ରେ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ (୧୯୬/୨) ହାତରେ ୮ ୱିକେଟ୍ ଥାଇ ୩୨୨ ରନ୍ର ଅଗ୍ରଣୀ ନେଇ ସାରିଛି। ପରିବାରରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି କାରଣରୁ ଆର୍ ଅଶ୍ବିନ୍ ଏହି ଟେଷ୍ଟ୍ରୁ ଓହରିଯାଇଥିବା ବେଳେ ଭାରତ ଜଣେ ସ୍ପେଶାଲିଷ୍ଟ୍ ବୋଲରଙ୍କ ବିନା ବୋଲିଂ କରିଥିଲା। କିନ୍ତୁ ପେସ୍ ଓ ସ୍ପିନ୍ ବାହିନୀ ମିଳିତ ଭାବେ ୫-୫ ୱିକେଟ୍ ଦଖଲ କରିନେବାରୁ ଭାରତ ପ୍ରଥମ ପାଳିରେ ଅପ୍ରତ୍ୟାଶିତ ଭାବେ ୧୨୬ ରନ୍ ଅଗ୍ରଣୀ ପାଇଯାଇଥିଲା। Post navigation ଟିମ୍ ଇଣ୍ଡିଆର ବଦଲା; ବିଶାଖାପାଟଣା ଟେଷ୍ଟ ଜିତିଲା ଭାରତ ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ: ରୋହିତ ଶର୍ମା ଅଧିନାୟକ