ବିଶାଖାପାଟଣା: ପ୍ରଥମ ଟେଷ୍ଟର ବଦ୍‌ଲା ନେଲା ଟିମ୍‌ ଇଣ୍ଡିଆ । ବିଶାଖାପାଟଣାରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ବିଜୟୀ ହୋଇଛି ରୋହିତ ବାହିନୀ । ଯାହାଫଳରେ ୫ଟିକିଆ ସିରିଜ୍‌ରେ ୦-୧ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଏବେ ୧-୧ରେ ବରାବର କରିଛି । ୨୯୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି ଇଂଲଣ୍ଡ ଟିମ୍‌ । ଆଗାମୀ ୧୫ ତାରିଖ ଦିନ ସୌରାଷ୍ଟ୍ରରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ୍ ।

ଖବର ଅନୁଯାୟୀ, ୫ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହାରିଥିଲା ଭାରତୀୟ ଟିମ୍‌ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଯାହାକୁ ଟିମ୍‌ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଯୁବ ଜଶସ୍ୱୀ ଜୈସଓ୍ୱାଲ୍‌ଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍‌ କରିଥିଲା । ଏହାପରେ ପ୍ରଥମ ପାରିରେ ଇଂଲଣ୍ଡ ମାତ୍ର ୨୫୩ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

ତେବେ ପ୍ରଥମ ଇନିଂସର ଅଗ୍ରଣୀ ସହିତ ଭାରତ ୨ୟ ଇନିଂସ ଆରମ୍ଭ କରିଥିଲା । ହେଲେ ୨ୟ ଇନିଂସରେ ଭାରତୀୟ ବ୍ୟାଟର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମାତ୍ର ୨୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ପୁରା ଟିମ୍‌ । ପୂର୍ବ ଇନିଂସର ରନ୍‌ ଏବଂ ୨ୟ ପାରିର ରନ୍‌କୁ ମିଶାଇ ୩୯୮ ରନ୍‌ର ଟାର୍ଗେଟ ରହିଥିଲା । ସିରିଜ୍‌ରେ ୨ୟ ବିଜୟକୁ ଟାର୍ଗେଟ କରି ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଭଲ ଆରମ୍ଭ ହୋଇଥିଲା । ହେଲେ ଅନ୍ତରାଳରେ ପଡିଯାଇଥିଲା ଓ୍ୱିକେଟ୍‌ । ଇଂଲଣ୍ଡ ପକ୍ଷରୁ ୨ୟ ଇନିଂସରେ ଜ୍ୟାକ୍‌ କର୍ଲୀ ସର୍ବାଧିକ ୭୩ ରନ୍‌ କରିଛନ୍ତି ।

ସେପଟେ ବୋଲିଂରେ ଭାରତ ପକ୍ଷରୁ ୨ୟ ଇନିଂସରେ ବୁମ୍‌ରାହ ଏବଂ ଅଶ୍ୱିନୀ ୩ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ଏହାବାଦ୍‌ କୁଲଦୀପ, ମୁକେଶ, ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *