India beat England by 142 runs; sweep series 3-0

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ ।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ ଭାରତ ୩୪.୨ ଓଭରରେ ୨୧୪ ରନରେ ଇଂଲଣ୍ଡକୁ ଅଲଆଉଟ୍ କରିଛି । ଏହି ବିଜୟ ସହ ଭାରତୀୟ ଦଳ ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି ।

ଶୁବମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା । ୧୦୨ ବଲରେ ୧୧୨ ରନ କରି ଆଉଟ ହୋଇଯାଇଥିଲେ ଗିଲ । ସେହିପରି ଶେୟସ ଆୟର ୬୪ ବଲରେ ୭୮ ରନ କରିଥିବା ବେଳେ ବିରାଟ କୋହଲି ୫୫ ବଲରେ ୫୨ ରନ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *