ଶ୍ରୀମନ୍ଦିର ସମ୍ମୁଖରେ ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଆଇନ ଅନୁସାରେ ସେବାପୂଜାରୁ ନିଲମ୍ବିତ କରାଯାଇଛି । ଏହା ସହ ଶ୍ରୀମନ୍ଦିର ଓ ରୋଷ ଘରେ ପ୍ରବେଶକୁ କରାଗଲା ବାରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ସୁପରଭାଇଜଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତି ପାଇଁ ନିଲମ୍ବିତ କରାଯାଇଛି । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏହି ଘଟଣାରେ ଅନ୍ୟ କିଏ ସଂପୃକ୍ତ ରହିଛି ସେ ନେଇ ତଦନ୍ତ ଚାଲିଛି।

ସୂଚନା ଯୋଗ୍ୟ; ଗତକାଲି ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ ।ଆନନ୍ଦବଜାରରେ ବେଆଇନ୍‌ ରାବିଡ଼ି ବିକ୍ରିକୁ ନେଇ ବକ୍ସି ପ୍ରତିହାରୀ ଆକ୍ରମଣ କରିଥିବା ଦୁର୍ବୃତ୍ତକୁ ୩ ଦିନ ପୂର୍ବରୁ ଅଫିସ୍‌କୁ ଡାକି ତାଗିଦ୍‌ କରିଥିଲେ । ଯାହାକୁ ରାଗରଖି ଭୁଜାଲିରେ ଆକ୍ରମଣ କରିଥିଲେ ଜଣେ ରାବିଡି ଦୋକାନୀ । ଆକ୍ରମଣପରେ ଶ୍ରୀ ନାରାୟଣ ପ୍ରତିହାରୀଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନୀତ ଅଗ୍ରୱାଲ୍‌ ପୁରୀ ଡାକ୍ତରଖାନାରେ ତାଙ୍କୁ ପଚରାଉଚରା କରିଥିଲେ।

Leave a Reply

Your email address will not be published. Required fields are marked *