ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ସୁଖୀ ଓ ଶାନ୍ତ ରହିବା ପାଇଁ ଯୋଗାଭ୍ୟାସ ଆପଣାନ୍ତୁ। ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା। ଆଜି ପୁରା ଦେଶ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି। ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଛି। ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ ମଧ୍ୟ ଯୋଗ କରିଛନ୍ତି। ଯୋଗାଭ୍ୟାସ ଯୁବପିଢ଼ିଙ୍କ ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହୁଏ।

ଓଡ଼ିଶାରେ ନୂଆ କରି ବିଜେପି ସରକାର ଗଠନ କରିବା ପରେ ଧୁମଧାମରେ ଯୋଗ ଦିବସ ପାଳିତ ହୋଇଛି। ଆଗରୁ ଅଳ୍ପ କିଛି କିଛି ସ୍ଥାନରେ ଯୋଗ ଦିବସ ପାଳିତ ହେଉଥିଲା। ଆଗରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦମାନେ ଯୋଗ ଦିବସ ପାଳନ କରୁଥିଲେ। କିଛି କିଛି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲେ। ଯୋଗ ଦିବସ ପାଳନ ହେବାକୁ ୧୦ ବର୍ଷ ପୂରିଯାଇଛି। ଏଥି ସହ ବିଜେପି ମଧ୍ୟ ସରକାର ଗଠନ କରିଛି। କେବଳ ବିଜେପି ନୁହେଁ, ବିଭିନ୍ନ ସରକାରୀସ୍ତରରେ ଏହି ଦିବସ ପାଳନ ହେଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ମନରେ ନୂଆ ଉତ୍ସାହ ଦେଖାଦେଇଛି।

ପୂର୍ବରୁ ବିଜେଡି ସରକାରରେ ଥିବା ସମୟରେ ମଧ୍ୟ ଯୋଗ ଦିବସ ପାଳନ ହେଉଥିଲା। ହେଲେ ଏତେ ଧୁମଧାମରେ ଓ ଉତ୍ସାହର ସହ କେବେ ଯୋଗ ଦିବସ ପାଳନ ହୋଇନି। କିଛି କିଛି ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ ହୁଏ। ଯୋଗାଭ୍ୟାସ ଗୁରୁତ୍ୱପୂର୍ଣ୍ଣ ହୋଥିବାବେଳେ ଏଥିପ୍ରତି ଲୋକଙ୍କୁ ସଚେତନ କରାଇବା ଦିଗରେ ୨୪ ବର୍ଷ ଶାସନକାଳରେ ବିଶେଷ ପ୍ରାଧାନ୍ୟ ଦେଇନି ବିଜେଡି।

Leave a Reply

Your email address will not be published. Required fields are marked *