ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ ।

ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ ହସ୍ପିଟାଲ୍ ଯାଇଛନ୍ତି । ମୁଁ କାଲି ସାରଙ୍କ ଲାଗି ବେଲ୍ ଫାଇଲ୍ କରିବି “। ଏଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ଆଇଏଏସ ଙ୍କ ଓକିଲ।

ତାଙ୍କୁ ସିବିଆଇ ଭାରତୀୟ ନ୍ୟାୟ ସଂହିତା ଧାରା ୧୭୯ରେ ଦିଲ୍ଲୀ ସିବିଆଇରୁ ଆଇଏଏସ୍‌ ସେଠୀଙ୍କୁ  ସମନ କରାଯାଇଥିଲା । ୧୦ ତାରିଖରେ ସିବିଆଇ ସମନ ପଠାଇଥିଲା ଏବଂ ୧୧ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିଲା। ଆଜି ସେଠୀ ଙ୍କୁ ସିବିଆଇ ଦ୍ୱାରା ଭୁବନେଶ୍ୱର ଅଫିସରେ ଜେରା କରାଯିବାର ଥିଲା ।

Leave a Reply

Your email address will not be published. Required fields are marked *