ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ବଢିଲା ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲା ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ଓଡ଼ିଶା ହାଇକୋର୍ଟ ।

ଆଇଏଏସ ବିଷ୍ଣୁପଦଙ୍କ ଏହି ମାମଲାର ଶୁଣାଣି ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ। ଫେବୃଆରୀ ୮ ତାରିଖରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

ସୂଚନା ଯୋଗ୍ୟ; ବ୍ରିଜ୍‌‌ ଆଣ୍ଡ ରୁଫ୍‌‌ କର୍ପୋରେସନ‌ ଲିମିଟେଡ୍‌‌ ପାଇଁ ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ହୋଇଥିଲା । ଏହାପରେ FIRରେ ନାଁ ନଥିଲେ ମଧ୍ୟ ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *