ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।  ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ପକ୍ଷରୁ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ସୁଡ଼ଙ୍ଗର ସନ୍ଧାନ କରିବ ଏଏସଆଇ ଟିମ୍ । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆସିବା ପରେ ହେବ ମରାମତି ଓ ଗଣତି ।

ସୂଚନା ମୁତାବକ; ଗତ ୧୮ ତାରିଖରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ କରାଯାଇଥିବା ବେଳେ ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Leave a Reply

Your email address will not be published. Required fields are marked *