୨୪ ବର୍ଷ ଓଡ଼ିଶାର ଶାସନଭାର ସମ୍ଭାଳିଲା ବିଜେଡି। ତାପରେ ବି କଣ ସଦସ୍ୟ କମ ପଡିଗଲେ। ଆଉ କେତେ ସଦସ୍ୟ ଖୋଜିବେ ମାନ୍ୟବର ନବୀନ? ଏବେ କଣ ଅଫିସର, ଅମଲା ନବୀନଙ୍କ ହାତ ଛାଡିଦେଲେ କି ? ଯେଉଁମାନଙ୍କୁ ଭରସା କରି ନେତାଙ୍କୁ ଉପେକ୍ଷା କରିଥିଲେ ସେମାନେ ଆଉ ନବୀନ ବାବୁଙ୍କୁ ମଝି ନଈରେ ଛାଡ଼ିଦେଇ ଯାଇନାହାନ୍ତି ତ। ବିରୋଧୀ ଦଳକୁ ନେଇ ଏମିତି ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି।

ବିଜେପି କିଛିଦିନ ତଳେ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୪ରେ ବିଜେଡି ଜନସମ୍ପର୍କ ଯାତ୍ରା କରି ଲୋକଙ୍କ ସରକାରଙ୍କ ବିରୋଧରେ ଉସକାଉଥିଲା। ଏବେ ପୁଣି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ତେବେ ଏ ଅଭିଯାନ ପଛରେ ଅନେକ ରହସ୍ୟ ଥିବା ଭଳି ମନେ ହେଉଛି।

ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେବା ସହ ଦଳ ଫାଳ ଫାଳ ହୋଇଛି। ଦଳର ଅନେକ ସଦସ୍ୟ ନିଜ ନିଜ ମଧ୍ୟରେ ଦୋଷ ଲଦାଲଦି ହେଉଛନ୍ତି। ଅନେକ ସଦସ୍ୟ ନୂଆ ସରକାର ଉପରେ ଭରସା କରି ଦଳ ଛାଡି ପଦ୍ମ ଧରିଛନ୍ତି। ମମତା ମହାନ୍ତ ଓ ସୁଜିତ କୁମାରଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଏହା ବିଜେଡିର ଅକ୍ଷମତା ଓ ଅପରିଣାମଦର୍ଶିତାକୁ ଦର୍ଶାଉଛି।

ତୃଣମୂଳସ୍ତରରେ ଲୋକଙ୍କ ପାଖରେ ନପହଁଚି ଯେତେ ସଭ୍ୟ ସଂଗ୍ରହ କଲେ ବି ସବୁ ପରିଶ୍ରମ ବୃଥା ଯିବ। ବର୍ଷ ବର୍ଷ ଧରି ସାଙ୍ଗରେ ଥିବା ନେତାଙ୍କୁ ଛାଡ଼ି ବ୍ୟୁରୋକ୍ରାଟଙ୍କ ହାତ ଧରିବା ନବୀନଙ୍କୁ ମହଙ୍ଗା ପଡିଛି।

Leave a Reply

Your email address will not be published. Required fields are marked *