ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ ବାଲି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲି ଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଆଠ ଦିନିଆ ଉତ୍ସବ ନବମ ଦିନରେ ଶେଷ ହେବ। ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏସିଆର ସର୍ବବୃହତ ମୁକ୍ତ ବାଣିଜ୍ଯ ମେଳା ମଧ୍ଯରୁ ଅନ୍ଯତମ ବାଲି ଜାତ୍ରା ନଭେମ୍ବର ୧୫ରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଏହା ନଭେମ୍ବର ୨୨ରେ ଶେଷ ହେବାର ଥିଲା। Post navigation ଭୁବନେଶ୍ୱର ଉପକଣ୍ଠ ରେ ନୂଆ ସିଟି ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୂଚନା ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ