ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ କରାଯାଇଥିବା ସୂଚନା । ସମ୍ବଲପୁର ଓ ବରଗଡରେ ଏକକାଳୀନ ୯ ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ସମ୍ଵଲପୁର ଡିଅର୍ ପାର୍କ ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଅଁଇଠାପାଲି ସ୍ଥିତ ୩ ମହଲା କୋଠା, ଚର୍ଚ୍ଚ ଛକ ସ୍ଥିତ ବ୍ରିଜଧାମ ହାଉସିଂ ସୋସାଇଟିର ୨ଟି ଫ୍ଲାଟ୍, ଫାର୍ମ ରୋଡ୍ରେ ଥିବା ସିଟି ପ୍ରାଇଡ୍ ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍, ପଲ୍ଲିପାଲିରେ ଥିବା କୋଠା, ବରଗଡ଼ ପଦ୍ମପୁରରେ ଥିବା କୋଠା ଏବଂ ବିଜେପୁର ସ୍ଥିତ ପୈତୃକ ଘରେ ରେଡ୍ ଚାଲିଛି। ACFଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ACF ରେବତୀ ରମଣ ଯୋଶୀଙ୍କ ଘରୁ ଜବତ ହେଲା ୧୪ ଲକ୍ଷ ୫୦ ହଜାର ଟଙ୍କା । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ । ଏହି ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । Post navigation ଭୁବନେଶ୍ୱରରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ନ୍ୟାୟିକ ଅଦାଲତ ଉଦଘାଟିତ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ; ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ