ଭୁବନେଶ୍ୱର : ଦେଶର ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ରାଜ୍ୟରେ ପ୍ରବଳ ହିଟ୍ ୱେଭ୍ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଖରା ନଥିଲେ ମଧ୍ୟ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ । ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା । ଚଳିତ ବର୍ଷର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା । କାଲି ଝାରସୁଗୁଡ଼ାରେ ଅଶୁଘାତରେ ବଡ ସଂଖ୍ୟାରେ ଲୋକେ ମୃତ୍ୟୁ ବାରଣ କରିଛନ୍ତି।

 

ଦୁଇ ଦିନ ହେବ ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଥିଲା । ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଏବଂ ଗ୍ରୀଷ୍ମ ଆଦ୍ରତା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାପମାତ୍ରା ବୃଦ୍ଧି ପରେ ଅଂଶୁଘାତ ଆଶଙ୍କା ବଢ଼ିଛି।

By SonaliP

Leave a Reply

Your email address will not be published. Required fields are marked *