ରାଜ୍ୟରେ ମାଳମାଳ ଖୋଲିଛି ସରକାରୀ ଓ ବେସରକାରୀ ନସିଂ ହୋମ । ଏଭଳି ଅନେକ ପ୍ରଶ୍ନ ଭିତରେ ଚାଳିରେ ଲାଗୁଛି ଲୋକଙ୍କ ଜୀବନ । କଟକରେ ଛତୁ ସଟିଲା ଭଳି ନର୍ବି ହୋମ 1 ଓ ହସ୍ପିଟାଲ । କାହା ପାଖରେ ପୀୟାର କାଇଡେନ୍ଟ ଓ କ୍ଲିନିକାଲ ଏଞ୍ଜାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ ନାହାର ନାହିଁ । ସବୁ ନିୟମକୁ ଘୁ କରି ଉଭାଇ ଦେଉଛନ୍ତି କିଛି ହସ୍ପିଟାଲ । ସ୍ୱସ୍ଥ୍ୟ ସେବା ଉପରେ ଏନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାନୀ ।

ରାଜ୍ୟର ସମସ୍ତ ଡାକ୍ତରଖାନାର ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ୪ ମାସ ମଧ୍ୟରେ ଦାଖଲ କରିବାକୁ ହାଇକୋର୍ଟ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି କେନ୍ଦ୍ରାପଡାର ଏକ ହସ୍ପିଟାଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସମ୍ପର୍କିତ ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସକେ ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତରଖାନାଗୁଡ଼ିକରେ ନିୟମିତ ଭାବରେ ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାର୍ମର ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ଓ୍ୱାଟର ପ୍ରେସର ସହ ଅଗ୍ନି ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବା ଆବଶ୍ୟକା । ତେଣୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଜି ଓଡ଼ିଶା ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ନାଗରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠାରୁ ଚାରି ମାସ ମଧ୍ୟରେ ରାଜ୍ୟର ସମସ୍ତ ହସ୍ପିଟାଲର ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ଏହି କୋର୍ଟରେ ଦାଖଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଉଛି ।

Leave a Reply

Your email address will not be published. Required fields are marked *