ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ମେନ୍ ପରୀକ୍ଷା ପରିଚାଳନାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଅର୍ଣ୍ଣବ ଯୋଗୁଁ ଅଚାନକ ସୃଷ୍ଟି ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ମୁଖ୍ୟ ପରୀକ୍ଷାକୁ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ସତ୍ୟପାଠ ମାଗିଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶାରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା । ଗଞ୍ଜାମ ଓ ଗଜପତିରେ ଅଚାନକ ବନ୍ୟା ଆସିଥିଲା । ମାତ୍ର ସେହି ସ୍ଥାନଗୁଡ଼ିକରେ ସିଭିଲ ସର୍ଭିସ ପରୀକ୍ଷା ପରିଚାଳନା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା , ବିଶେଷକରି ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ କଣ ସବୁ ପଦକ୍ଷେପ ନିଆ ଯାଇଥିଲା , ବନ୍ୟା ଅଞ୍ଚଳରେ ଗମନା ଗମନ ବ୍ୟବସ୍ଥା କରା ଯାଇଥିଲା କି ନାହିଁ , କେତେ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରି ନାହାନ୍ତି , ଏପରି ବିଭିନ୍ନ ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହ ଏହାର ତଥ୍ୟ ଆଗାମୀ ଶୁକ୍ରବାର ସୁଦ୍ଧା ଅବଗତ କରାଇବା ପାଇଁ ରାଜ୍ୟ ସରକାର ଏବଂ OPSCକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *