ଭୁବନେଶ୍ୱର: ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଘରୋଇ ମେଡିକାଲ ବ୍ଲାଷ୍ଟ ଘଟଣାରେ ଏହି ବିରୋଧ ହୋଇଛି। ସୂଚନା ଅନୁଯାୟୀ ଅଣ୍ଡା ମାଡ଼ ସହ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।ଛାତ୍ର କଂଗ୍ରେସର ଦାବି ଯେ ମେଡିକାଲ ମାଲିକଙ୍କୁ ଗିରଫ କରାଯାଉ ଏବଂ ଲାଇସେନ୍ସ ବାତିଲ କରାଯାଉ। ଏହା ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯାଉ। ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଥିଲା । ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଥିଲା। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି କୁହାଯାଇଥିଲା। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ହାଇଟେକ୍ ମେଡିକାଲ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଥିଲା । ସେମାନେ ନିଜ ଉପରୁ ଦୋଷ ହଟାଇ ନିୟମ ଅନୁସାରେ ମୃତ ଦେହ ପୁଲିସ କୁ ହସ୍ତାନ୍ତର କରାଯାଇଥିଲା ବୋଲି ସଫେଇ ଦେଇଥିଲେ । ଦିଲ୍ଲୀପଙ୍କ ପରିବାର ଅନ୍ୟ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁ ଦିଲ୍ଲୀପ ବୋଲି କୁହାଯାଉଥିଲା। ସୂଚନା ଯୋଗ୍ୟ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୪ ଗୁରୁତରଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଥିଲା।ସେହି ଦୁଃଖକୁ ସହି ନପାରି ସୋମବାର ଆତ୍ମହତ୍ୟା କରିଥିଲେ ପତ୍ନୀ। ମୃତ ମହିଳାଙ୍କ ନାଁ ସୌମ୍ୟାଶ୍ରୀ ଜେନା(୨୪) ।ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ପତ୍ନୀ ସୌମ୍ୟାଶ୍ରୀଙ୍କୁ ତାଙ୍କ ବାପଘର ଲୋକେ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧିନଗରସ୍ଥିତ ତାଙ୍କ ଘରକୁ ନେଇଯାଇଥିଲେ। ତେବେ ସୋମବାର ବାପଘରେ ସୌମ୍ୟାଶ୍ରୀ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ଦୁଇ ବର୍ଷ ତଳେ ଦିଲ୍ଲୀପ ଓ ସୌମ୍ୟାଶ୍ରୀଙ୍କର ବିବାହ ହୋଇଥିଲା। Post navigation ତିନି ଫଟୋ ବଖାଣୁଛି ମନ୍ତ୍ରୀ ଓ ବିଧାୟକଙ୍କ ଦୁର୍ଦ୍ଦଶା କାହାଣୀ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ବାଲେଶ୍ଵର