ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ପ୍ରଶ୍ନକାଳ ସମୟରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ସମୁଦାୟ ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ ଓ ୨୦୯୮ ହାତୀ ।

ସେହିପରି ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର ଥିବା ବେଳେ ମହାନଦୀରେ ଅଛନ୍ତି ୧୪ ଘଡ଼ିଆଳ କୁମ୍ଭୀର । ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋ ମୁହାଁ କୁମ୍ଭୀର ରହିଛନ୍ତି। ଆଉ ମଧ୍ୟ ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ ଡଲ୍‌ଫିନ୍‌ ବୋଲି କହିଛନ୍ତି । ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *