ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥାନରେ ବର୍ଷା ଜାରିରହିଛି। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଗୁରୁବାର ନବରଙ୍ଗପୁରରେ ସର୍ବାଧିକ ୮୨.୦ ମି.ମି. ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୬୯.୮ ମି.ମି., କୋରାପୁଟରେ ୬୫.୪ ମି.ମି., ମାଲକାନଗିରି ଓ ସୋନପୁରରେ ୨୪.୪ ମି.ମି, ଏବଂ ଭୁବନେଶ୍ୱରରେ ୨୧.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ତେବେ ଶୁକ୍ରବାର ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କନ୍ଧମାଳକୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଉକ୍ତ ଜିଲାଗୁଡ଼ିକୁ ସତର୍କ କରାଯାଇଛି। ସେହିପରି ଗଜପତି, କୋରାପୁଟ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କଟକ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ସଂପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟକିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ।

Leave a Reply

Your email address will not be published. Required fields are marked *