ଆକ୍ସନ ମୁଡରେ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କଲା ବିଜ୍ଞପ୍ତି । ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତର ମାଇନା ରିପୋର୍ଟ ୭ ଦିନରେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ ଡାକ୍ତର । ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି। ବଳାତ୍କାର ହୋଇଥିବା କିମ୍ବା ବଳାତ୍କାର ଉଦ୍ୟମ ହୋଇଥିବା କୌଣସି ମହିଳାଙ୍କୁ ପୋଲିସ କୌଣସି ସରକାରୀ କିମ୍ବା ଘରୋଇ ହସ୍ପିଟାଲ ଡାକ୍ତରଙ୍କ ପାଖକୁ ଆଣିଲେ ତୁରନ୍ତ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଏଥିସହ ଚିକିତ୍ସା ପୂର୍ବରୁ ପୀଡ଼ିତା କିମ୍ବା ତାଙ୍କର ନିକଟ ସମ୍ପର୍କୀୟଙ୍କ ଠାରୁ ଅନୁମତି ଲୋଡ଼ାଯିବାର ଆବଶ୍ୟକତା ରହିଛି। ଯଦି ସ୍ବାସ୍ଥ୍ୟ ଯାଞ୍ଚରେ ବିଳମ୍ବ ହୁଏ, ତେବେ ତାହାର କାରଣ ରେଜିଷ୍ଟର ଏବଂ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରିବା ପାଇଁ କୁହାଯାଇଛି। ରିପୋର୍ଟରେ ସ୍ବାସ୍ଥ୍ୟ ଯାଞ୍ଚର ଠିକ୍ ସମୟ ଲେଖିବା ପାଇଁ ମଧ୍ୟ କୁହାଯାଇଛି। ପୀଡ଼ିତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବାର ୭ଦିନ ମଧ୍ୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଯଦି ପୀଡ଼ିତାଙ୍କ ବୟସ ୧୨ବର୍ଷରୁ କମ୍ ହୋଇଥିବ, ତେବେ ଚିକିତ୍ସା ପାଇଁ ତାଙ୍କ ମାତାପିତା ବା ଅଭିଭାବକଙ୍କ ଅନୁମତି ନେବାର ଆବଶ୍ୟକତା ରହିଛି। ସମସ୍ତ ସରକାରୀ, ବେସରକାରୀ ଡାକ୍ତର ଏବଂ ପଞ୍ଜୀକୃତ ଚିକିତ୍ସାଧିକାରୀମାନେ ଏହାକୁ ପାଳନ କରିବା ପାଇଁ କୁହାଯାଇଛି। Post navigation ଭୁବନେଶ୍ବରରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଭୋଜି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ବିଶାଳ ଦାସ