Gundicha-Temple-to-open for devotees soon
ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ପୁରୀ ଗୁଣ୍ଡିଚା ମନ୍ଦିର । ଭକ୍ତ ମାନେ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ କରଣ ସହ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିବାର ସୁଯୋଗ ପାଇବେ । ଏନେଇ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ସୂଚନା ଦେଇଛନ୍ତି
 
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ଆସ ଏହି ସୂଚନା ଦେଇଛନ୍ତି । ପ୍ରତିଦିନ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ।
 
ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏବଂ ପୁରୀ ଜିଲ୍ଲାପାଳ ମନ୍ଦିର ଭିତରେ ଚାଲିଥିବା କାର୍ଯ୍ୟର ତଦାରଖ କରିଛନ୍ତି ।
 
ସୂଚନା ଅନୁଯାୟୀ, ମନ୍ଦିରର ସୁରକ୍ଷା ପାଇଁ ୨୦ ଜଣ ଜେଟିପି ସ୍କ୍ବାଡ୍‌ ଜଗିବେ । ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ୱ ସଫା କରାଯିବ । ସମସ୍ତ ଦୋକାନ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଏଥିସହ ଗୁଣ୍ଡିଚା ମନ୍ଦିରର ଭିତର ବେଢ଼ା ଓ ବାହାର ବେଢ଼ାର ପୁନଃ ଉନ୍ନତୀକରଣ କରାଯିବ । 

By Nirvay

Leave a Reply

Your email address will not be published. Required fields are marked *