ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ । ପୁରୀ ସହର ମାଟି ତଳେ ଲୁଚି ରହିଛି କି ଏକ ବିଶାଳ ଐତିହ୍ୟ ନଗରୀ । ପୁରୀ ସହର ତଳେ ବ୍ୟାପକ ପ୍ରାଚୀନ ବସତି ଥିବା ଜିପିଆର ସର୍ଭେରୁ ଜଣାପଡିଛି । ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ କରାଯାଇଥିବା ଏକ ଭୂମି ଭେନିଟ୍ରେଟିଂ ରାଡାର (GPR) ସର୍ଭେରୁ ଗୁରୁତ୍ୱପୂର୍ଣ୍ଣ ଭୂତଳ ପ୍ରତ୍ନତାତ୍ତ୍ୱିକ ବୈଶିଷ୍ଟ୍ୟ ପ୍ରକାଶ ପାଇଛି, ଯାହା ପବିତ୍ର ନଗରୀ ତଳେ ଏକ ବିସ୍ତୃତ ପ୍ରାଚୀନ ବସତି ଥିବା ସୂଚାଇଛି। ‘ଏରିଆ-ଏଚ୍’ ବା ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ଟି ଐତିହ୍ୟ ଠାବ କରାଯାଇଛି। ଗାନ୍ଧିନଗର ଆଇଆଇଟି ପକ୍ଷରୁ ହୋଇଥିବା ଜିପିଆର ସର୍ଭେ ଡ୍ରାଫ୍ଟ ରିପୋର୍ଟରେ ଏଭଳି ତଥ୍ୟ ପରେ ଏହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ସର୍ବେକ୍ଷଣ ହୋଇଥିବା ଅଞ୍ଚଳରେ ମାଟି ତଳେ ୪୩ଟି ଛୋଟ ବଡ଼ ବସ୍ତୁର ସନ୍ଧାନ ମିଳିଛି। ଯାହା ମଧ୍ୟରେ ରହିଛି ଶ୍ରୀମନ୍ଦିରଠୁ ସମୁଦ୍ର କୂଳ ଯାଏଁ ଲମ୍ବିଥିବା ଏକ ବିରାଟ ସୁଡ଼ଙ୍ଗ। ଯାହାକୁ ଅନ୍ୟପକ୍ଷରେ ଏକ ଡ୍ରେନେଜ୍ ବା ଜଳପଥ ଭିତ୍ତିଭୂମି ବୋଲି ଅନୁମାନ କରୁଛି ଆଇଆଇଟି ଟିମ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତ ବେଳେ ମାଟିତଳୁ ଗଙ୍ଗବଂଶ ସମୟର ସିଂହମୂର୍ତ୍ତି ସହ ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲା ।ସେତେବେଳେ ବିନା ଜିପି ଆର୍ ସର୍ଭେ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ କୁ ନେଇ ଦେଖା ଦେଇଥିଲା ଅସନ୍ତୋଷ । ପରେ ୨୨ ମେ ୨୦୨୨ ରାତିରେ ହୋଇଥିଲା ଜିପିଆର୍ ସର୍ଭେ । ଗାନ୍ଧୀନଗର ଆଇଆଇଟିର ଦୁଇଟି ଟିମ୍ ଆସି ଶ୍ରୀମନ୍ଦିର ଚୌହଦୀ ସମେତ ବିଭିନ୍ନ ଜାଗାରେ ଜି ପି ଆର୍ ସର୍ଭେ କରିଥିଲେ ଓବିଶିଶି ଦାୟିତ୍ୱରେ ପ୍ରାୟ ୪୦ ଲକ୍ଷ ଖର୍ଚ୍ଚ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏବେ କେବଳ ଶ୍ରୀମନ୍ଦିର କଡ଼ କିମ୍ବା ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ, ବରଂ ସହର ସାରା ମାଟି ତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଥିବା ସହ ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି। ସୂଚନା ଅଧିକାର ଆଇନ ବଳରେ ଦିଲ୍ଲୀପ ବରାଳ ପାଇଥିବା ତଥ୍ୟ ରେ ଏଭଳି ସୂଚନା ମିଳିଛି । ତେବେ ରିପୋର୍ଟ କଣ ଆସିଛି ତାହା ମୁଁ ଜାଣିନି ତର୍ଜମା କଲାପରେ କହିବି ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏହା ସହ ଏ ରିପୋର୍ଟ ସଂପର୍କରେ ପ୍ରଥମେ ସରକାର ଅବଗତ ହେବା ପରେ ହିଁ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। Post navigation Heatwave Alert: ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ Nirbhay Epaper Price: ଦେୟଯୁକ୍ତ ହେବ ନିର୍ଭୟ ଇ-ପେପର