ଫୁଲବାଣୀର ଗୋଛାପଡ଼ା ଥାନା ଫିରିଙ୍ଗିଆ ଥାନା ଅଞ୍ଚଳର ଏକ ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ରୀ ଶିଶୁପୁତ୍ର ଜନ୍ମ ଦେବା ଘଟଣାରେ ଆକ୍ସନ ।ସଂପୃକ୍ତ ହାଇସ୍କୁଲର ANM ତୃପ୍ତିମୟୀ ନାୟକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ମାଟ୍ରୋନ ରଙ୍ଗିମା ପ୍ରଧାନଙ୍କ ସହ ଆଉ ୫ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ପ୍ରଧାନଶିକ୍ଷକ ରଞ୍ଜନ ପାଢ଼ୀଙ୍କୁ ଅନ୍ୟତ୍ର ବଦଳି ପାଇଁ ସୁପାରିସ୍ କରାଯାଇଛି । ଗତ ୧ ତାରିଖରେ ଶିଶୁପୁତ୍ର ଜନ୍ମ ଦେଇଥିଲେ ନବମ ଶ୍ରେଣୀ ଛାତ୍ରୀ। ନାବାଳିକାଜଣଙ୍କ କିଭଳି ଭାବେ ଅନ୍ତଃସତ୍ତ୍ଵା ଥିଲେ ଏବଂ ଏତେ ବଡ଼ ଘଟଣା ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ସୂଚନା ଯୋଗ୍ୟ; ୧୪ ବର୍ଷୀୟା ଝିଅଟି ସ୍କୁଲ ହଷ୍ଟେଲରେ ରହୁଥିଲା। ସ୍କୁଲ କର୍ତ୍ତୃପକ୍ଷ ଗର୍ଭଧାରଣ ବିଷୟରେ ଜାଣିପାରିଲେ ଯେତେବେଳେ ସେ ପ୍ରାୟ ଆଠ ମାସର ଗର୍ଭବତୀ ଥିଲେ। ଏହା ପରେ, ପ୍ରଧାନ ଶିକ୍ଷକ ଝିଅଟିର ପରିବାର ସଦସ୍ୟଙ୍କୁ ଜଣାଇ ତାଙ୍କୁ ହସ୍ତାନ୍ତର କରିଥିଲେ। ମାର୍ଚ୍ଚ ୧ ତାରିଖରେ ନାବାଳିକା ଜଣକ ତାଙ୍କ ଘରେ ଶିଶୁକୁ ଜନ୍ମ ଦେଇଥିଲେ। ତାଙ୍କ ପରିବାର ଗୋଚ୍ଛାପଡା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଘଟଣା କ୍ରମେ ନାବାଳିକା ଜଣକ ଛୁଟି କାଟିବାକୁ ଘରକୁ ଆସିଥିବା ବେଳେ ପିଣ୍ଡାଙ୍ଗି ଅଞ୍ଚଳର ଜଣେ ଯୁବକ ତାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ପରିଣାମ ଏବେ ନାବାଳିକା ଛାତ୍ରୀ ଙ୍କୁ ମା’ ହେବାକୁ ପଡ଼ିଛି। Post navigation Nirbhay Epaper Price: ଦେୟଯୁକ୍ତ ହେବ ନିର୍ଭୟ ଇ-ପେପର Marijuana Seized At BBSR Airport: ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ୬କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ