ଜୁଲାଇ ପହିଲାରୁ ସବୁ ଜିଲ୍ଲା ଏବଂ ସରକାରଙ୍କ ସମସ୍ତ ବିଭାଗର ମିଳିତ ଜନଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ଏସ୍ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ଏଥିସହିତ ଶୁଣାଣି ଲାଗି ଆସିଥିବା ସମସ୍ତ ଅଭିଯୋଗର ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଅଭିଯୋଗକୁ ଜନଶୁଣାଣି ପୋର୍ଟାଲରେ ରେକର୍ଡ ରଖିବାକୁ ନିର୍ଦ୍ଦେଶ ରହିଛି। ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧି କାରଣରୁ ଗତ କିଛି ମାସ ହେଲା ଜନଶୁଣାଣି ବନ୍ଦ ଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। Post navigation ଓଡ଼ିଶା ହେବ ମଦମୁକ୍ତ ରାଜ୍ୟ ଭୁବନେଶ୍ବର ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗରେ ବିଜେଡ଼ିର ଅସନ୍ତୋଷ