ଗଞ୍ଜାମ: ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ନିକଟରେ ରାଜ୍ୟପାଳ ତାଙ୍କର ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ତାରା ତାରିଣୀରୁ ଫେରୁଥିବା ସମୟରେ ସୁଦର୍ଶନ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ତନ୍ମୟଙ୍କ ଥାଲାସେମିଆ ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଥିଲେ। ଏହା ଦେଖି ରାଜ୍ୟପାଳ ସଙ୍ଗେ ସଙ୍ଗେ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କିଛି ରୋଗ ହୋଇଥିବାରୁ ଚିକିତ୍ସା ପାଇଁ ବେଙ୍ଗାଲୁରୁରେ ବହୁ ଟଙ୍କା ଖର୍ଚ୍ଚ ହେଉଛି।କେବଳ ଏତିକି ନୁହେଁ ସେ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରତ୍ୟେକ ଦକ୍ଷ ବ୍ୟକ୍ତି ତାଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବା ଉଚିତ। Post navigation ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା; ମୃତ ଦେହ ଉଦ୍ଧାର