ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି ଆଧୁନିକୀକରଣଙ୍କ କୋର୍ଟରେ ତଥ୍ୟ ଦାଖଲ କରିଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଛି । ଦାନା ପ୍ରଭାବିତ କିମ୍ବା ନୂଆ ବିଲ୍ଡିଂ ହୋଇଥିବା ଥାନାରେ ସିସିଟିଭି ଲାଗିନି । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ । ସୂଚନାଯୋଗ୍ୟ, ଭରତପୁର ଥାନା ମାମଲା ପରେ ରାଜ୍ୟରେ ଅନେକ ଥାନାରେ ସିସିଟିଭି ନ ଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଏପରିକି ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଥିଲେ । ଶୀଘ୍ର ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି କୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ଏଡିଜି ଆଧୁନିକୀକରଣ । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ ବୋଲି ଜଣାଯାଇଛି । ଅନ୍ୟପଟେ ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ଓପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। Post navigation ଦାଦାବଟି ମାଗି ଗିରଫ ହେଲେ ବିଜେପି ନେତା ଇତିଶ ପ୍ରଧାନ ଭାସ୍କର ରାଓଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି