Gold Prices fall ₹6,000 in Two Days

ରେକର୍ଡ ଭାଙ୍ଗିଲା ସୁନା ଦର।  ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଛି। ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି।

ସେହିପରି ଆଉ ସୁନାକୁ ଟକ୍କର ଦେଉଛି ରୂପା । ରୂପା କିଲୋଗ୍ରାମ ୨୫ ହଜାର ଟଙ୍କା ବୃଦ୍ଧି ପାଇଛି । ଯାହା ୪ ଲକ୍ଷ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ୪ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ, MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।

ସୂଚନା ଯୋଗ୍ୟ; ଗତକାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୬୭,୦୮୦ ଟଙ୍କା ଥିବା ବେଳେ ଆଜି ୧,୭୮,୮୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୫୩,୧୫୦ ଟଙ୍କା ଥିବା ବେଳେ ଆଜି ୧,୬୩,୯୫୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *