ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରୁ ତଦନ୍ତରୁ ଅନ୍ତର ହେଲେ ଏସ୍‌. ସାଇନି । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନିକୁ ହଟାଇ ଦିଆଯାଇଛି । ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଆଇଜି ଏସ୍. ସାଇନି ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ଯାଉଥିବା ଜଣାପଡ଼ିଛି । ତେଣୁ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ କରିବେ । ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶରେ ଡିଏସପି ଇମାନ କଲ୍ୟାଣ ନାୟକ ଓ ଇନ୍ସପେକ୍ଟର ପାଞ୍ଚାଳୀ ରାଉତ ତଦନ୍ତ କରିବେ । ଏହା ପରେ ରିପୋର୍ଟ ପ୍ରସ୍ତୁତ କରି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଦେବେ ।

ଅନ୍ୟପଟେ ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଦାୟିତ୍ଵ ନେବା ପରେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ତଦନ୍ତର ରିଭ୍ୟୁ କରିବାକୁ ଆସିଛି, ଅଗ୍ରଗତି ନେଇ ଡିଜିଙ୍କୁ ରିପୋର୍ଟ ଦେବି । ଏହା ଏକ ନିରନ୍ତର ପ୍ରକ୍ରିୟା, ପ୍ରତ୍ୟେକ ଦିଗକୁ ବିଚାର କରୁଛୁ । ଆମେ ସତ୍ୟ ଓ ତଥ୍ୟ ବାହାର କରୁଛୁ ।

Leave a Reply

Your email address will not be published. Required fields are marked *