ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ୨ ଛାତ୍ରଙ୍କ ଗିରଫଦାରିକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି। ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି FM ପୀଡ଼ିତା ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି । କ୍ରାଇମବ୍ରାଞ୍ଚ ଘଟଣାର ୨୨ ଦିନ ପରେ ଗତକାଲି ABVPର ଦୁଇଜଣ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଗରିଫ କରିଛି। ଗିରଫ ୨ ଛାତ୍ର ହେଲେ ଛୋଟ ମାଛ, ବଡ଼ ମାଛଙ୍କୁ ବଞ୍ଚାଇବା ପାଇଁ ଗିରଫଦାରି ହୋଇଛି । ବିଜେଡି ଆଉ ମଧ୍ୟ କହିଛି ଛାତ୍ର ସଂସଦ ନିର୍ବାଚନ ପାଇଁ ABVP ସକ୍ଷମ ନଥିଲା । ତେଣୁ ନିର୍ବାଚନ ପାଇଁ ଏଭଳି ନାଟକ ରଚିବାରୁ ଛାତ୍ରୀଙ୍କ ଜୀବନ ଯାଇଛି । କେବଳ ସେତିକି ନୁହେଁ ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଭୁବନେଶ୍ବ ଏମ୍ସ ଆସିବା ପରେ ବିଜେପି ନେତାଙ୍କୁ ଘଣ୍ଟ ଘୋଡାଇବାକୁ ଭୁବନେଶ୍ୱର ବିଜେପି ଅଫିସରେ ମିଟିଂ କରିବା ସହ ଏମ୍ସରେ ABVP ନେତା ବିରୋଧୀ ଦଳର ନେତାମାନଙ୍କୁ ଭିତରକୁ ଛାଡିନଥିଲେ। ଅସଭ୍ୟ ଭାବେ ଗାଳି କରିବା ସହ ଅଟକାଇଥିଲେ। ତେଣୁ ସ୍ଥାନୀୟ ସାଂସଦଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ABVPର ଦୀପ୍ତିମୟୀ ବିରୋଧରେ ମଧ୍ୟ ତଦନ୍ତ ହେଉ । ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମୁଖାକୁ ଖୋଲୁ କ୍ରାଇମବ୍ରାଞ୍ଚ। ଷଡଯନ୍ତ୍ରକାରୀଙ୍କୁ ନ ଧରିବା ଯାଏଁ ବିଜେଡି ଚୁପ ବସିବ ନାହିଁ Post navigation ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା; ୭ରେ ବିଜେଡିର ପୁରୀ ହରତାଳ ପରଲୋକରେ ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣି