ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ପୋଲିସ ପ୍ରସ୍ତୁତ । ଜିଲ୍ଲା ପୋଲିସ ପକ୍ଷରୁ ବଡ଼ ଧରଣର ଫ୍ଲାଗମାର୍ଚ୍ଚ କରାଯାଇଛି । ସିଆରପିଏଫ ଯବାନ, ସ୍ପେଶିଆଲ ଫୋର୍ସ ଓ ଗଞ୍ଜାମ ପୋଲିସ ଏଥିରେ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ପ୍ରତିଟି କୋଣ ଅନୁକୋଣକୁ ଜଗିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଖଲ୍ଲିକୋଟରେ ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା ପରେ ଚାରିଆଡ଼େ କଡ଼ା ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଶ୍ରୀକୃଷ୍ଣଶରଣପୁର ଗ୍ରାମରେ କରାଯାଇଥିବା ସମସ୍ତ ବୁଥକୁ ଅତି ସମ୍ବେଦନଶୀଳ ବୁଥ ତାଲିକାରେ ରଖାଯାଇଛି ଏବଂ ପ୍ରାୟ ବୁଥରେ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା ହୋଇଛି। ସେହିପରି ୧୦ଟି ବୁଥ ବ୍ୟବଧାନରେ କଡ଼ା ପେଟ୍ରୋଲିଙ୍ଗ କରିବା ଲାଗି ପୁଲିସ ପକ୍ଷରୁ ମୋବାଇଲ ପାର୍ଟିଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ପ୍ରଚାରର ଶେଷ ଦିନ ପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। Post navigation ବାଲେଶ୍ୱରରେ ବିଜେପିର ୫ ତୁଙ୍ଗ ନେତାଙ୍କ ରୋଡ୍ ସୋ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦାଇତ୍ୱ ନେଲେ ଡ଼. ନୀଳକଣ୍ଠ ମିଶ୍ର