ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ନିଆଁ ଦେଖିବା ସମୟ ଥାଉଣୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିବାରୁ ଏକ ବଡ଼ ଧରଣର ଜୀବନହାନି ଟଳିଯାଇଛି ।

ଅନ୍ୟପଟେ ଖବର ପାଇ ତୁରନ୍ତ ଦମକଳ ବାହିନୀ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ଭାବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *