ରାଜ୍ୟବ୍ୟାପୀ ନାବାଳକ ଗାଡିଚାଳକ ଧରପଗଡ଼ ଚାଲିଛି। ପ୍ରଥମ ଦିନ ଧରାପଡିଲେ ୧୫୩ ନାବାଳକ ଚାଳକ। ଆଜିଠୁ ଚେକିଂ କଡ଼ାକଡ଼ି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି। ପ୍ରଥମ ଦିନରେ ୬୦ଟି ଗାଡି ଜବତ କରିଛି ଏସଟିଏ। ୩୮ ଲକ୍ଷ ୨୫ ହଜାର ଟଙ୍କାର ଚାଲାଣ କଟିଛି। ନାବାଳକଙ୍କ ବାପା ମା’ଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ। ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ରାଜ୍ୟର ୩୮ଟି ଆରଟିଓ ଅଞ୍ଚଳରେ ଯାଞ୍ଚ ହେଉଛି।

ସୂଚନାଯୋଗ୍ୟ, ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇସାରିଲାଣି। ପିଲାଙ୍କ ପ୍ରତି ପ୍ରଥମେ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରୟାସ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *